ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9

1ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା। 2ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା 3ଓ ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସେମାନଙ୍କୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା। 4ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। 5କିନ୍ତୁ ମନୁଷ୍ୟମାନଙ୍କୁ ମାରିଦେବା ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଯନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ଯନ୍ତ୍ରଣାଦାୟକ ହେବ। 6ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ। 7ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା। 8ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା। 9ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। 10ବିଛାର ନାହୁଡ଼ ଭଳି ସେମାନଙ୍କ ଲାଙ୍ଗୁଡ଼ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସେମାନଙ୍କ ଲାଙ୍ଗୁଡ଼ରେ ଥିଲା। 11ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା। 12ପ୍ରଥମ କ୍ଳେଶଟି ଶେଷ ହୋଇଗଲା, ଏହା ପରେ ଆହୁରି ଦୁଇଟି ବଡ଼ କ୍ଳେଶ ଆସିବ। 13ତା’ପରେ ଷଷ୍ଠ ସ୍ୱର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ଥିବା ସୁନା ବେଦୀର ଗ୍ଭରି ଶୃଙ୍ଗ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି। 14ଏହି ସ୍ୱର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, “ଫରାତ୍ ମହାନଦୀରେ ବନ୍ଧା ହୋଇ ରହିଥିବା ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ମୁକ୍ତ କରିଦିଅ।” 15ତେଣୁ ଯେଉଁ ଗ୍ଭରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀୟାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସେହି ଘଣ୍ଟା, ଦିନ, ମାସ ଓ ସେହି ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସେମାନଙ୍କୁ ମୁକ୍ତ କରାଗଲା। 16ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି। 17ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା। 18ସେମାନଙ୍କ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହେତୁ ମନୁଷ୍ୟ ଜାତିର ଏକ ତୃତୀୟାଂଶ ପ୍ରାଣ ହରାଇଲେ। 19ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା। 20ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ। 21ଏହା ବ୍ୟତୀତ ସେମାନେ ସେମାନଙ୍କର ନରହତ୍ୟା, ଗୁଣିବିଦ୍ୟା, ଯୌନଗତ ପାପ କିମ୍ବା ଗ୍ଭେରି ପାପ ପରିତ୍ୟାଗ କଲେ ନାହିଁ କି ସେଥିରୁ ମନ ଫେରାଇ ଅନୁତାପ କଲେ ନାହିଁ।

will be added

X\