WTC
Audio:
Drama
  • Drama
  • Non-Drama
Text Size

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20 - Oriya - 1997 Edition - Bible.is - ORYWTC

  1  ତା’ପରେ ମୁଁ ସ୍ୱର୍ଗରୁ ଜଣେ ସ୍ୱର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖରେ ପାତାଳର ଅତଳ ଗହ୍ୱରର ଗ୍ଭବି ଥିଲା। ତାହାଙ୍କ ହାତରେ ଗୋଟିଏ ବଡ଼ ଶିକୁଳି ଥିଲା।   2  ସ୍ୱର୍ଗଦୂତ ସେହି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସେହି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ଯ୍ୟନ୍ତ ଶିକୁଳିରେ ବାନ୍ଧି ଦେଲେ।   3  ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ।   4  ତା’ପରେ ମୁଁ କେତୋଟି ସିଂହାସନ ଓ ତା’ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ।   5  (ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବଞ୍ଚି ଉଠିଲେ ନାହିଁ।) ଏହା ହିଁ ପ୍ରଥମ ପୁନରୁ‌ତ୍‌‌ଥାନ।   6  ଏହି ପ୍ରଥମ ପୁନରୁ‌ତ୍‌‌ଥାନରେ ଯେଉଁମାନେ ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ଏମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି କ୍ଷମତା ନାହିଁ। ସେହି ଲୋକମାନେ ପରମେଶ୍ୱରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହେବେ। ସେମାନେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କରିବେ।   7  ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା’ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ।   8  ସେ ପୃଥିବୀର ଗ୍ଭରି କୋଣକୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସେହି ସମୁଦ୍ରର ବାଲି ପରି ଅସଂଖ୍ୟ ଗୋଗ୍ ଓ ମାଗୋ‌ଗ୍‌ଙ୍କୁ ଏକତ୍ର କରି ଯୁଦ୍ଧ କରିବାକୁ ବାହାରିବ।   9  ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା’ର ସେନାବାହିନୀକୁ ବିନାଶ କରିଦେଲା।   10  ସେତେବେଳେ ଶୟତାନ (ଯିଏ ସେହି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସେହି ପଶୁ ଓ ମିଥ୍ୟାବାଦୀ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସହିତ ଗନ୍ଧକରେ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଗଲେ। ସେମାନେ ସେଠାରେ ଦିନରାତି ସବାସର୍ବଦା ପାଇଁ ଯନ୍ତ୍ରଣା ପାଇବେ।   11  ତା’ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।   12  ମୁଁ ବଡ଼ଠାରୁ ସାନ ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କୁ ସିଂହାସନ ସାମନାରେ ଠିଆ ହେବାର ଦେଖିଲି। ଜୀବନ ପୁସ୍ତକ ଖୋଲାଥିଲା। ସେଠାରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟ ଖୋଲାଥିଲା। ମୃତ ଲୋକମାନଙ୍କର ନିଜ ନିଜ କର୍ମ ଅନୁସାରେ ବିଗ୍ଭର ହେଲା। ସେହି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲେଖାଯାଇଥିଲା।   13  ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା’ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା।   14  ତା’ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ ଅଟେ।   15  ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖାଗଲା ନାହିଁ, ତାହାକୁ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା।