ମାଥିଉ ଲିଖିତ ସୁସମାଗ୍ଭର 9

1ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ। 2କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।” 3କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।” 4ସେମାନେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, “ତୁମ୍ଭମୋନେ ମନ ଭିତରେ ମନ୍ଦ ଭାବନା କାହିଁକି ଆଣୁଛ? 5ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହେବ: ‘ତୁମ୍ଭର ପାପ କ୍ଷମା କରି ଦିଆଗଲା’ ନା ‘ଉଠ, ଗ୍ଭଲିବା ଆରମ୍ଭ କର’? 6ମୁଁ ତୁମ୍ଭକୁ ଦେଖେଇ ଦେବି ଯେ, ଏ ଜଗତରେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିଦେବାର ଶକ୍ତି ଅଛି।” ତା’ପରେ ଯୀଶୁ ସେହି ପକ୍ଷାଘାତ ରୋଗୀଟିକୁ କହିଲେ, “ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।’ 7ପକ୍ଷାଘାତ ରୋଗୀଟି ଉଠି ଘରକୁ ଗ୍ଭଲିଗଲା। 8ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ। 9ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ। 10ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ। 11ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?” 12ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର। 13ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’ ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।” 14ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ, ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?” 15ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା’ପରେ ସେମାନେ ଉପବାସ କରିବେ। 16“କେହି କେବେ ପୁରୁଣା ଲୁଗା କଣାରେ ନୂଆ କନାର ତାଳି ପକାଏ ନାହିଁ, କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହୋଇ ନ ଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହେବା ବେଳକୁ ପୁରୁଣା ଲୁଗାକୁ ଗ୍ଭରିପଟୁ ଟାଣିଦେବ ଓ କଣାଟି ଆହୁରି ଅଧିକ ବଡ଼ ହୋଇଯିବ। 17ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।” 18ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା’ଉପରେ ହାତ ରଖିଦିଅ, ତା’ହେଲେ ସେ ପୁଣି ବଞ୍ଚି ଉଠିବ।” 19ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ। 20ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା’ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା। 21ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।” 22ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା। 23ତା’ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ। 24ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। 25ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। 26ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା। 27ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର, ଆମ୍ଭମାନଙ୍କୁ ଦୟା କର।” 28ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”। 29ତା’ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।” 30ତା’ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।” 31କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ। 32ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା ଦେହରେ ଭୂତ ପ୍ରବେଶ କରି ରହିଥିଲା। 33ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା’ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।” 34କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।” 35ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ। 36ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ମେଷପାଳକ ନ ଥିଲେ ମେଷପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସେହିଭଳି ନିରାଶା ଓ ଅସହାୟତାରେ ପୂର୍ଣ୍ଣଥିଲା। 37ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫସଲ (ଲୋକ) ବହୁତ। କିନ୍ତୁ ମୂଲିଆ (ସେବକ) କମ୍ ଅଛନ୍ତି। 38ଫସଲ ଅମଳ (ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର।”

will be added

X\