WTC
Audio:
Drama
  • Drama
  • Non-Drama
Text Size

ମାଥିଉ ଲିଖିତ ସୁସମାଗ୍ଭର 8 - Oriya - 1997 Edition - Bible.is - ORYWTC

  1  ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା।   2  ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”   3  ତା’ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା’ର କୁଷ୍ଠରୋଗ ଭଲ ହୋଇଗଲା।   4  ତା’ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”   5  ତା’ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ।   6  ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”   7  ତା’ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”   8  ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ।   9  ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”   10  ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ।   11  ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ।   12  କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”   13  ତା’ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।   14  ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି।   15  ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।   16  ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ।   17  ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ: “ସେ ଆମ୍ଭର ରୋଗ ସବୁ ନେଇଗଲେ ଏବଂ ଆମ୍ଭର ଅସୁସ୍ଥତା ବହିଲେ।”   18  ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ।   19  ତା’ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।”   20  ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”   21  ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା’ପରେ ମୁଁ ଆପଣଙ୍କର ଅନୁସରଣ କରିବି।”   22  କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”   23  ଯୀଶୁ ନୌକାରେ ଯାଇ ବସିଲେ, ଏବଂ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁଗମନ କଲେ।   24  ସେହି ସମୟରେ ହ୍ରଦରେ ଭୟଙ୍କର ଝଡ଼ ହେଲା। ଲହଡ଼ିରେ ଡଙ୍ଗା ଓଲଟ ପାଲଟ ହୋଇ ପଡ଼ୁଥିଲା। କିନ୍ତୁ ଯୀଶୁ ଶୋଇ ଥିଲେ।   25  ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।”   26  ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା’ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା’ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।   27  ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!”   28  ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ।   29  ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”   30  ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ।   31  ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।”   32  ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା’ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ।   33  ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ।   34  ତା’ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ।