WTC
Audio:
Drama
  • Drama
  • Non-Drama
Text Size

ମାଥିଉ ଲିଖିତ ସୁସମାଗ୍ଭର 28 - Oriya - 1997 Edition - Bible.is - ORYWTC

  1  ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।   2  ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ।   3  ସ୍ୱର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମଭଳି ଧଳା ଥିଲା।   4  କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।   5  ସ୍ୱର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, “ଭୟ କର ନାହିଁ। ଯେଉଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଛି, ତୁମ୍ଭେ ତାହାଙ୍କୁ ଖୋଜୁଥିବା କଥା ମୁଁ ଜାଣିଛି।   6  କିନ୍ତୁ ଯୀଶୁ ଏଠାରେ ନାହାନ୍ତି। ସେ ତାହାଙ୍କ କଥା ଅନୁସାରେ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ।   7  ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଜଣାଅ, ‘ଯୀଶୁ ମୃତ୍ୟୁରୁ ପୁନ‌ରୁ‌‌ତ୍‌‌ଥିତ ହୋଇଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସେଠାରେ ଥିବେ। ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।’’’ ତା’ପରେ ସ୍ୱର୍ଗଦୂତ ଆଉ ଥରେ କହିଲେ, “ଏହିସବୁ କଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।”   8  ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ।   9  ହଠାତ୍ ସେମାନେ ଦେଖିଲେ, ଯୀଶୁ ତାହାଙ୍କ ଆଗରେ ଠିଆ ହୋଇଛନ୍ତି। ସେ କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।   10  ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ ଯାଇ ମୋ’ ଭାଇମାନଙ୍କୁ କୁହ ଯେ, ସେମାନେ ଗାଲିଲୀ ଯାଆନ୍ତୁ। ସେମାନେ ମୋତେ ସେହିଠାରେ ଦେଖିବେ।”   11  ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ।   12  ତା’ପରେ ପ୍ରଧାନଯାଜକମାନେ ପ୍ରାଚୀନମାନଙ୍କ ସହିତ ମନ୍ତ୍ରଣା କରି ଗୋଟିଏ ଉପାୟ ବାହାର କଲେ। ସେମାନେ ସୈନ୍ୟମାନଙ୍କୁ ମିଛ କହିବା ପାଇଁ ଲାଞ୍ଚ ହିସାବରେ ପ୍ରଚୁର ଟଙ୍କା ଦେଲେ।   13  ସେମାନେ ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭେମାନେ ସବୁ ଶୋଇ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ରାତିରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଗ୍ଭେରେଇ ନେଲେ।   14  ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।”   15  ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି।   16  ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ।   17  ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ।   18  ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି।   19  ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ।   20  ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”