ମାଥିଉ ଲିଖିତ ସୁସମାଗ୍ଭର 22

1ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। 2ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। 3ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ। 4“ତା’ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’ 5“ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। 6ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। 7ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ। 8“ତା’ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। 9ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ 10ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା। 11“ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। 12ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। 13ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’ 14“ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।” 15ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ। 16ସେମାନେ କେତେକ ହେରୋଦୀୟମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ। 17ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?” 18କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, “ହେ କପଟୀଗଣ! ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? 19କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା ଦେଖାଇଲେ। 20ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖୋଦିତ ହୋଇଛି?” 21ଲୋକମାନେ କହିଲେ, “କାଇସରଙ୍କର।” ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” 22ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ। 23ସେହି ଦିନ କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 24ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା’ର ଭାଇ ତା’ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। 25ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା’ର କୌଣସି ସନ୍ତାନ ନ ଥିଲେ। ତେଣୁ ତା’ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। 26ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। 27ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। 28କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁ‌ତ୍‌ଥାନ ପରେ ସେ କାହାର ସ୍ତ୍ରୀ ହେବ?” 29ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। 30ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। 31ମୃତର ପୁନରୁ‌ତ୍‌ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? 32ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ ପରମେଶ୍ୱର ଅଟେ।’ ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।” 33ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ। 35ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। 36ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?” 37ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’ 38ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। 39ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’ 40ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।” 41ଯେତେବେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 42ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?” ସେମାନେ କହିଲେ, “ଦାଉଦଙ୍କ ପୁଅ।” 43ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ: 44“ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।” 45ଯଦି ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହୁଛନ୍ତି। ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହୋଇ ପାରିବେ?” 46ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଗ୍ଭରି ଫାନ୍ଦରେ ପକାଇବାକୁ କେହିହେଲେ ଚେଷ୍ଟା କରିବାକୁ ସାହସ କଲେ ନାହିଁ।

will be added

X\