WTC
Audio:
Drama
  • Drama
  • Non-Drama
Text Size

ମାଥିଉ ଲିଖିତ ସୁସମାଗ୍ଭର 2 - Oriya - 1997 Edition - Bible.is - ORYWTC

  1  ହେରୋଦଙ୍କ ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ।   2  ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”   3  ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ।   4  ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ?   5  ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:   6  ‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ! ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”   7  ତା’ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ।   8  ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ। ତା’ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”   9  ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା।   10  ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।   11  ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।   12  କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।   13  ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”   14  ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ।   15  ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।”   16  ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା’ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ।   17  ଏହିଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:   18  “ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା। ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା। କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି। କାରଣ ତା’ର ପିଲାମାନେ ମରିଯାଇଥିଲେ।”   19  ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ।   20  ଦୂତ କହିଲେ, “ଉଠ, ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ, ସେମାନେ ଏବେ ମରିଗଲେଣି।”   21  ତେଣୁ ଯୋଷେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଫେରିଗଲେ।   22  କିନ୍ତୁ ଯୋଷେଫ ଶୁଣିଲେ ଯେ, ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୂଦାରେ ରାଜା ହୋଇଛନ୍ତି। ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋଷେଫ ଗାଲିଲୀ ପ୍ରଦେଶକୁ ଗଲେ।   23  ସେ ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେବୋଲି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ। ସେହି ବାକ୍ୟ ଅନୁସାରେ ଏହା ଘଟିଲା।