ମାଥିଉ ଲିଖିତ ସୁସମାଗ୍ଭର 13

1ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। 2ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। 3ତା’ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ, “ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। 4ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। 5ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। 6କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା’ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। 7ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। 8ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। 9ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।” 10ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଗ୍ଭରିଲେ, “ତୁମ୍ଭେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କାହିଁକି ଶିକ୍ଷା ଦେଉଛ?” 11ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ। 12ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା’ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ। 13ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ। 14ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ ସେମାନଙ୍କ ବିଷୟରେ ଯାହା କହିଥିଲେ, ତାହା ସତ୍ୟ ବୋଲି ସେହିମାନେ ପ୍ରମାଣିତ କରି ଦେଉଛନ୍ତି। ଯିଶାଇୟ କହିଥିଲେ, ‘ତୁମ୍ଭେମାନେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭେମାନେ ଦେଖୁଥିବ କିନ୍ତୁ କିଛି ଜାଣି ପାରିବ ନାହିଁ। 15କାରଣ ସେମାନଙ୍କର (ଲୋକମାନଙ୍କର) ହୃଦୟ କଠୋର ହୋଇ ଯାଇଛି। ସେମାନଙ୍କର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ୟକୁ ଦେଖିବା ପାଇଁ ମନା କରି ଦେଇଛନ୍ତି। ଫଳରେ ସେମାନେ ତାହାଙ୍କ ଆଖିରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନରେ କିଛି ଶୁଣି ପାରିବେ ନାହିଁ, କିମ୍ବା ହୃଦୟରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହେବା ପାଇଁ ସେମାନେ ମୋ’ ପାଖକୁ ଆସିବେ ନାହିଁ।’ 16କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ। 17ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଏବେ ଯାହା ଦେଖୁଛ, ତାହା ଦେଖିବାକୁ କେତେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ସାଧୂମାନେ ଗ୍ଭହିଁଥିଲେ। କିନ୍ତୁ ସେମାନେ ତାହା ଦେଖି ପାରି ନ ଥିଲେ। ତୁମ୍ଭେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ସେମାନେ ଗ୍ଭହିଁଥିଲେ, କିନ୍ତୁ ସେମାନେ ତାହା ଶୁଣି ପାରି ନ ଥିଲେ। 18“ତେବେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ। 19“ରାସ୍ତାରେ ପଡ଼ି ଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକପରି ସେ ସ୍ୱର୍ଗରାଜ୍ୟର ସୁସମାଗ୍ଭର ଶୁଣେ, ଓ ତାହା ବୁଝି ପାରେ ନାହିଁ। ଶୟତାନ ଆସେ ଓ ତା ହୃଦୟରେ ଯାହାକିଛି ବୁଣା ହୋଇଥାଏ, ସେତେକ ନେଇ ଗ୍ଭଲିଯାଏ। 20“ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ। 21କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ। 22“କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ। 23“ଭଲ ମାଟି ଉପରେ ପଡ଼ିଥିବା ବୀଜର ଅର୍ଥ କ’ଣ? ସେହି ଲୋକ ଭଳି ସେ ସୁସମାଗ୍ଭର ଶୁଣେ ଓ ତାକୁ ବୁଝିପାରେ। ସେ ଲୋକ ସଫଳ ହୁଏ। ସେହି ସଫଳତା ବେଳେବେଳେ ଶହେ ଗୁଣ, ଷାଠିଏ ଗୁଣ ଓ ତିରିଶ୍ ଗୁଣ ପର୍ଯ୍ୟନ୍ତ ମିଳିଥାଏ।” 24ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। 25କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା’ପରେ ସେ ଗ୍ଭଲିଗଲା। 26ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। 27ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’ 28“ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’ “ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?” 29“କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। 30ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା’ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’” 31ତା’ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ. 32ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।” 33ତା’ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।” 34ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ। 35ପରମେଶ୍ୱର ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଏହା ହେଉଥିଲା। ପରମେଶ୍ୱର କହିଥିଲେ: “ମୁଁ କାହାଣୀ ଦ୍ୱାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହୋଇ ରହିଛି, ସେଗୁଡ଼ିକ ମୁଁ ପ୍ରକାଶ କରିବି।” 36ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।” 37ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର 38ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ। 40“ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ। 44“ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା। 45“ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା। 47“ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।” 51ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?” ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।” 52ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।” 53ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। 54ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? 55ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। 56ତା’ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” 57ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।” 58ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।

will be added

X\