ଲୂକ ଲିଖିତ ସୁସମାଗ୍ଭର 13

1ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। 2ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? 3ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। 4ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? 5ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।” 6ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। 7ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ 8କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। 9କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’” 10ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା। 14ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।” 15ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ। 18ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? 19ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।” 20ଯୀଶୁ ପୁଣି କହିଲେ, “ମୁଁ ପରମେଶ୍ୱରଙ୍କ ରାଜ୍ୟ କାହା ସହିତ ତୁଳନା କରି ପାରିବି? 21ଏହା ଖମୀର ଭଳି। ଜଣେ ସ୍ତ୍ରୀ ଲୋକ ରୋଟୀ ତିଆରି କରିବା ପାଇଁ ଗୋଟିଏ ବଡ଼ ପାତ୍ରରେ ଥିବା ଅଟା ସହିତ ଖମୀର ମିଶାଏ। ଖମୀର ସମସ୍ତ ଦଳାଅଟାକୁ ଫୁଲାଇ ଦିଏ।” 22ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ। 23ଜଣେ କେହି ଯୀଶୁଙ୍କୁ କହିଲା, “ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ’ଣ ଅଳ୍ପ ଲୋକ?” 24ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ। 25ଯଦି ଜଣେ ଲୋକ ତା’ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ 26ତା’ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ 27ତା’ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’ 28“ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ। 29ଲୋକମାନେ ପୂର୍ବ, ପଶ୍ଚିମ. ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ। 30କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।” 31ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।” 32ଯୀଶୁ ସେମାନଙ୍କୁ କହିଲେ, “ଯାଅ, ସେହି କୋକିଶିଆଳିକୁ କୁହ, ‘ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦେହରୁ ଭୂତମାନଙ୍କୁ ତଡ଼ି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା’ ପରଦିନ ମୋର କାମ ସରିଯିବ। 33କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା’ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟ‌ଦ୍‌ବକ୍ତା ଯିରୁଶାଲମରେ ମରନ୍ତି। 34“ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା’ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ। 35ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’, ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”

will be added

X\