WTC
Audio:
Drama
  • Drama
  • Non-Drama
Text Size

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17 - Oriya - 1997 Edition - Bible.is - ORYWTC

  1  ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।   2  ପାଉଲ ସେମାନଙ୍କ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କଲେ।   3  ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।”   4  ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।   5  କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ।   6  ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି।   7  ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।”   8  ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ।   9  ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ନେଇ ଛାଡ଼ି ଦେଲେ।   10  ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।   11  ସେଠାରେ ଲୋକମାନେ ଥେସଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସେମାନେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସେମାନଙ୍କର କଥା ସତ୍ୟ ନା ମିଥ୍ୟା, ଏହି କଥା ଜାଣିବା ପାଇଁ ସେମାନେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ।   12  ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।   13  ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ।   14  ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ।   15  ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା’ପରେ ସେମାନେ ଫେରିଗଲେ।   16  ପାଉଲ ଆଥୀନୀ ନଗରରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥା’ନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହୋଇଥିବାର ଦେଖି ସେ ହୃଦୟରେ ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଲେ।   17  ତେଣୁ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।   18  ତେଣୁ କେତେକ ଏପିକୂରୀୟ ଓ ସ୍ତୋୟିକ ଦାର୍ଶନିକମାନେ ତାହାଙ୍କ ସହିତ ଯୁକ୍ତିତର୍କ କଲେ। ସେମାନଙ୍କ ଭିତରୁ କେତେକ କହିଲେ, “ଏ ଲୋକଟି କ’ଣ କହୁଛି ତାହା ସେ ଜାଣେ ନାହିଁ?” ପାଉଲ ସେମାନଙ୍କୁ ଯୀଶୁଙ୍କ ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ସୁସମାଗ୍ଭର ସମ୍ବନ୍ଧରେ କହୁଥିଲେ। ଅନ୍ୟମାନେ କହିଲେ, “ଦେଖ, ଏ ଲୋକଟି କୌଣସି ବିଦେଶୀ ଦେବାଦେବୀଙ୍କ ବିଷୟରେ କହୁଛି। ସେମାନେ ଏପରି କହିଲେ, କାରଣ ପାଉଲ ଯୀଶୁ ଓ ତାହାଙ୍କର ମୃତ୍ୟୁରୁ ପୁନର୍ଜୀବିତ ହୋଇ ଉଠିବା କଥା ପ୍ରଗ୍ଭର କରୁଥିଲେ।”   19  ସେମାନେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନେଇଗଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ’ଣ, ତାହା ଆମ୍ଭେ ଜାଣି ପାରିବୁ କି?   20  ତୁମ୍ଭେ ଆମ୍ଭ ନିକଟରେ କେତେକ ଅଦ୍‌ଭୂତ ବିଗ୍ଭରମାନ ଉପସ୍ଥାପିତ କରୁଛ ଓ ଆମ୍ଭେମାନେ ସେଗୁଡ଼ିକ କ’ଣ ତାହା ଜାଣିବାକୁ ଗ୍ଭହୁଁ।”   21  ଆଥୀନୀୟ ବାସିନ୍ଦାମାନେ ଓ ସେଠାରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ଯ୍ୟ ନ କରି କେବଳ ନୂତନ ବିଷୟମାନ ଶୁଣିବାରେ ଓ କଥା କହିବାରେ ସମୟ କାଟୁଥିଲେ।   22  ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ।   23  ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।   24  “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ।   25  ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।   26  ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,   27  “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି।   28  ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ,‘ଆମ୍ଭେମାନେ ତାହାଙ୍କର ସନ୍ତାନ।’   29  “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ।   30  ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି।   31  ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”   32  ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।”   33  ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ।   34  କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ।