WTC
Audio:
Drama
  • Drama
  • Non-Drama
Text Size

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 1 - Oriya - 1997 Edition - Bible.is - ORYWTC

  1  ହେ ଥିୟଫିଲ, ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି।   2  ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ���ହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ କ’ଣ କରିବା ଉଚିତ୍, ସେହି କଥା କହିଲେ।   3  ଏହି ଘଟଣାଟି ଯୀଶୁଙ୍କର ମୃତ୍ୟୁ ପରେ ଘଟିଥିଲା। କିନ୍ତୁ ଅନେକ ଶକ୍ତିଯୁକ୍ତ କାର୍ଯ୍ୟ ଦ୍ୱାରା ସେ ପ୍ରମାଣିତ କରି ଦେଖେଇ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିଥିବାର ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରେରିତମାନେ ଯୀଶୁଙ୍କୁ ଅନେକ ଥର ଦେଖିଲେ। ଯୀଶୁ ପରମେଶ୍ୱରଙ୍କର ରାଜ୍ୟ ବିଷୟରେ ପ୍ରେରିତମାନଙ୍କୁ କହିଲେ।   4  ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ।   5  ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଅଳ୍ପ ଦିନ ଭିତରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବ।”   6  ପ୍ରେରିତମାନେ ଏକାଠି ହୋଇ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ଆପଣ ଇସ୍ରାଏଲମାନଙ୍କୁ ସେମାନଙ୍କର ରାଜ୍ୟ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?”   7  ଯୀଶୁ ସେମାନଙ୍କୁ କହିଲେ, “କେବଳ ପରମେଶ୍ୱରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟରେ ନିଷ୍ପତ୍ତି ଗ୍ରହଣ କରି ପାରିବେ। ତୁମ୍ଭେମାନେ ସେ ବିଷୟରେ ଜାଣି ପାରିବ ନାହିଁ।   8  କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା’ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”   9  ଯୀଶୁ ପ୍ରେରିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉଠେଇ ନିଆଗଲା। ପ୍ରେରିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଗ୍ଭଲିଗଲେ, ଓ ସେମାନେ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ।   10  ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ।   11  ସେହି ଦୁଇଜଣ ପୁରୁଷ ପ୍ରେରିତମାନଙ୍କୁ କହିଲେ, “ହେ ଗାଲିଲୀର ଲୋକେ, ତୁମ୍ଭେମାନେ ଏଠାରେ ଠିଆ ହୋଇ ଆକାଶ ଆଡ଼େ କାହିଁକି ଗ୍ଭହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଉଠାଇ ନିଆଗଲା, ସେ ସ୍ୱର୍ଗକୁ ଗଲେ ଓ ତୁମ୍ଭେମାନେ ତାହାଙ୍କୁ ଉପରକୁ ଯିବାର ଯେପରି ଦେଖିଲ, ସେହିପରି ସେ ପୁଣି ଫେରି ଆସିବେ।”   12  ତା’ପରେ ପ୍ରେରିତମାନେ ଜୀତ ନାମକ ପର୍ବତରୁ ଯିରୁଶାଲମ ଫେରି ଆସିଲେ। ଏହି ପର୍ବତ ଯିରୁଶାଲମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର।   13  ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।   14  ପ୍ରେରିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ୟରେ ଏକମନ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ। ସେମାନଙ୍କ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ୟ ଥିଲେ।   15  ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ,   16  “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ।   17  ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।”   18  ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା’ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।   19  ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକ‌ଲ୍‌ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”   20  ପିତର ପୁଣି କହିଲେ, “ଗୀତସଂହିତାରେ ଯିହୂଦା ସମ୍ପର୍କରେ ଲେଖା ଯାଇଅଛି: ‘ତା’ର ବାସଗୃହ ଜନ ଶୂନ୍ୟ ହେଉ, ସେଠାରେ କୌଣସି ବ୍ୟକ୍ତି ବାସ ନ କରନ୍ତୁ।’ ଏବଂ ଆହୁରି ମଧ୍ୟ ଲେଖାଅଛି: ‘ତାହାଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟ ଅନ୍ୟ କେହି ବ୍ୟକ୍ତି କରନ୍ତୁ।’   21  -   22  ତେଣୁ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କର ପୁନରୁ‌ତ୍‌ଥାନର ସାକ୍ଷୀ ହେବା ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦେବା ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତେବେଳେ ଆମ୍ଭମାନଙ୍କ ଭିତରେ ଯେତେ ଜଣ ଥିଲେ ସେମାନଙ୍କ ମଧ୍ୟରୁ ଆଉ ଜଣକୁ ହିଁ ବଛାଯିବ। ଅନ୍ୟଭାଷାରେ କହିବାକୁ ଗଲେ, ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ୟରୁ ଊର୍ଦ୍ଧ୍ୱକୁ ନିଆ ହୋଇଯିବା ପର୍ଯ୍ୟନ୍ତ ଏହି ଲୋକ ଜଣକ ଆମ୍ଭ ସଙ୍ଗରେ ରହିଥିବା ଉଚିତ୍।”   23  ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶ‌ବ୍‌ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ।   24  ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି।   25  ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।”   26  ତା’ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।