କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2

1ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ। 2ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି। 3ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ। 4ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି। 5ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି। 6ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। 7କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। 8ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ। 9ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। 10ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି। 11ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ। 12ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ। 13ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି। 14ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। 15ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। 16ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ? 17ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ।

will be added

X\