କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13

1ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ’ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ। 2ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ’ଠାରେ ପ୍ରେମ ନାହିଁ, ତା’ହେଲେ ମୁଁ କିଛି ନୁହେଁ। 3ଯଦି ମୁଁ ମୋର ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦେଇପାରେ, ବା ନିଜ ଶରୀରକୁ ଦଗ୍ଧ ହେବା ପାଇଁ ସମର୍ପଣ କରି ଦେଇପାରେ, ମାତ୍ର ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ପାଇବି ନାହିଁ। 4ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ ଦୟାବାନ। ପ୍ରେମରେ ଈର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ। 5ପ୍ରେମ ଅନୁଚିତ୍ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ। ସହଜରେ ବିରକ୍ତ ହୁଏ ନାହିଁ। ପ୍ରେମ କେବେ ହେଲେ ତା’ ପ୍ରତି ହୋଇଥିବା ଅପକାରକୁ ମନରଖେ ନାହିଁ। 6ସେ ଅଧର୍ମରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ୟରେ ଆନନ୍ଦ କରେ। 7ପ୍ରେମ ସମସ୍ତ ବିଷୟ ସହ୍ୟ କରେ। ପ୍ରେମ ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ, ସବୁ ବିଷୟରେ ଧୈର୍ଯ୍ୟ ଧରି ରହେ। 8ପ୍ରେମ କଦାପି ଶେଷ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହେବ, ଅନେକ ଭାଷା କହିବା ଶକ୍ତି ବନ୍ଦ ହୋଇଯିବ; ଯଦି ଜ୍ଞାନ ଥାଏ ତାହା ଲୋପ ହେବ। 9କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ୟଦ୍‌‌ବାଣୀ ଆଂଶିକ ହେବାରୁ ଏହା ଲୋପ ହେବ। 10କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହେବ। 11ମୁଁ ଯେତେବେଳେ ଶିଶୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଗ୍ଭର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତେବେଳେ ମୁଁ ବୟସ୍କ ହେଲି, ମୁଁ ସେହି ଶିଶୁ ବେଳର କଥାଗୁଡ଼ିକୁ ଛାଡ଼ି ଦେଲି। 12ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି। 13ଅତଏବ ବିଶ୍ୱାସ, ଭରସା ଓ ପ୍ରେମ ସ୍ଥାୟୀ ଅଟେ। ଉକ୍ତ ତିନୋଟି ମଧ୍ୟରୁ ପ୍ରେମ ହେଉଛି ସର୍ବୋତ୍କୃଷ୍ଟ।

will be added

X\